SuBaSa Bou KoKa KeKa BaPu GaDheMa — ସୁବାସ ବୌ କୋକ କେକ ବପୁ ଗଢେମ

ଓଡ଼ିଶାର ୩୦ ଟି ଜିଲ୍ଲାର ନାମ କେମିତି ମନେ ରଖିବା? How to memorise the names of the 30 districts of Odisha?

ଆମ ପିଲାବେଳେ ଓଡ଼ିଶାରେ ୧୩ଟି ଜିଲ୍ଲା ଥିଲା ଆଉ ଆମେ ଏମିତି ମନେ ରଖୁଥିଲୁ ଜିଲ୍ଲାଗୁଡ଼ିକର ନାମ। “ସୁବାସ ବୌ କୋକ କେକ ବପୁ ଗଢେମ” ସୁ — ସୁନ୍ଦରଗଡ଼, ବା — ବାଲେଶ୍ୱର, ସ — ସମ୍ବଲପୁର, ବୌ — ବୌଦ-ଫୁଲବାଣୀ, କୋ — କୋରାପୁଟ, କ — କଳାହାଣ୍ତି, କେ — କେନ୍ଦୁଝର, କ — କଟକ, ବ — ବଲାଙ୍ଗିର, ପୁ — ପୁରୀ, ଗ — ଗଞ୍ଜାମ, ଢେ — ଢେଙ୍କାନାଳ, ମ — ମୟୁରଭଞ୍ଜ.

୧୯୯୨ ରେ ୪ଟି ନୂଆ ଜିଲ୍ଲା ଗଠନ ହେଲା:- ଗଜପତି (ଗଞ୍ଜାମ ରୁ), ମାଲକାନଗିରି (କୋରାପୁଟ ରୁ), ରାୟଗଡ଼ା (କୋରାପୁଟ ରୁ), ନବରଙ୍ଗପୁର (କୋରାପୁଟ ରୁ)। ୧୯୯୩ ରେ ୧୦ଟି ନୂଆ ଜିଲ୍ଲା ଗଠନ ହେଲା:- ଖୋର୍ଦ୍ଧା (ପୁରୀ ରୁ), ନୟାଗଡ଼, ସୋନପୁର (ସମ୍ବଲପୁର ରୁ), ବରଗଡ଼ (ସମ୍ବଲପୁର ରୁ), କେନ୍ଦ୍ରାପଡ଼ା, ଜଗତସିଂହପୁର (କଟକ ରୁ), ଜାଜପୁର, ନୂଆପଡ଼ା (କଳାହାଣ୍ତି ରୁ), ଅନୁଗୁଳ, ଭଦ୍ରକ। ୧୯୯୪ ରେ ୩ଟି ନୂଆ ଜିଲ୍ଲା ଗଠନ ହେଲା:- ଝାରସୁଗୁଡ଼ା, ଦେଓଗଡ଼, କନ୍ଧମାଳ (ବୌଦ-ଫୁଲବାଣୀ ରୁ ବୌଦ ଓ କନ୍ଧମାଳ)

ଏତେ ଗୁଡ଼ିଏ (୩୦ ଟି) ଜିଲ୍ଲାର ନାମ ଯଦି ମନେ ରଖିବାକୁ କଷ୍ଟ ହେଉଛି, ତାହେଲେ ଏଇଟି ପଢନ୍ତୁ। http://ashishkumarnayakodisha.blogspot.in/2015/10/districts-and-food-of-odisha.html

For them who want to memorise the names of the 30 districts of Odisha in English, please refer this:

“SPRMANJDBCGK” — Read it as “SPRMAN JDBC GK” (SuperMan JavaDataBaseConnectivity General Knowledge):-

S — Sambalpur, Sonepur, Sundargad

P — Puri

R — Rayagada

M — Malkangiri, Mayurbhanj

A — Anugul

N — Nuapada, Nabarangpur, Nayagad

J — Jagatsinghpur, Jajpur, Jharsuguda

D — Deogad, Dhenkanal

B — Bargarh, Bhadrak, Balesore, Balangir, Boudh

C — Cuttack/Katak

G — Gajapati, Ganjam

K — Kalahandi, Kandhamal, Kendrapada, Keonjhar, Khordha, Koraput

ଇତି,

ଆଶିଷ


Originally published at ashishkumarnayakodisha.blogspot.com

Standard

Leave a comment